ସରସ୍ବତୀ ଶିଶୁ ମନ୍ଦିର ଥେରୁବାଲିରେ ନେତାଜୀ ଜୟନ୍ତୀ ଅବସରରେ ଗ୍ରାମ ସଫେଇ କାର୍ଯ୍ୟକ୍ରମ
ସରସ୍ବତୀ ଶିଶୁ ମନ୍ଦିର ଥେରୁବାଲିରେ ନେତାଜୀ ଜୟନ୍ତୀ ଅବସରରେ ଗ୍ରାମ ସଫେଇ କାର୍ଯ୍ୟକ୍ରମ
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ :-
ଆଦ୍ୟ ତା୨୩/୦୧/୨୦୨୦ ରିଖ ଗୁରୁବାର ଦିନ ଆମ ଶିଶୁ ମନ୍ଦିରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ ହୋଇଥିଲା । ବିଦ୍ୟାଳୟର ସଭାପତି ମାନନୀୟ ଶ୍ରୀଯୁକ୍ତ ନବଘନ ନାୟକ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ । ପରିଚାଳନା କମିଟିର ସଦସ୍ୟା ଶ୍ରୀମତୀ ଭାରତୀ ସାହୁ ବୌଦ୍ଧିକ ପ୍ରଦାନ ପୂର୍ବକ ନେତାଜୀଙ୍କର ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ । ସଦସ୍ୟା ଶ୍ରୀମତୀ ସୁନିତା ପାଣିଗ୍ରାହୀ ପୂର୍ଣ୍ଣ ସମୟ ଉପସ୍ଥିତ ରହିଥିଲେ । ବରିଷ୍ଠ ଆଚାର୍ଯ୍ୟା ଶ୍ରୀମତୀ ରୂପଶ୍ରୀ ଧଳ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ।
ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ :-
ଇତି ଅବସରରେ ଶିଶୁ ମନ୍ଦିର ଆନୁକୂଲ୍ୟରେ ଗ୍ରାମ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଥେରୁବାଲି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ କମଳା ହିକକା, ଉପସଭାପତି ମାନନୀୟ ଶ୍ରୀଯୁକ୍ତ ପ୍ରହଲ୍ଲାଦ ହିକକା ସମ୍ପାଦକ ମାନନୀୟ ଶ୍ରୀ ଯୁକ୍ତ ସନ୍ତୋଷ କୁମାର ସାହୁ , ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଧ୍ରୁବ ଚରଣ ଶୁକ୍ଳା, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ରାଉଳ କାଳସୀ, ଶିଶୁ ମନ୍ଦିରର ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ବୃନ୍ଦ, ସେବକ ଓ ସେବୀକା,ଶିଶୁ, ପୂର୍ବଛାତ୍ର, ଶୁଭେଚ୍ଛୁ, ସ୍ଥାନୀୟ ଅଭିଭାବକ ଅଂଶ ଗ୍ରହଣ କରିଥିଲେ ।
ସରପଞ୍ଚ ଶ୍ରୀମତୀ କମଳା ହିକକା "ସ୍ୱଚ୍ଛ ଭାରତ ସୁସ୍ଥ ଭାରତ "ର ନାରା ଦେଇ ଶିଶୁମାନଙ୍କୁ ମାର୍ଗ ଦର୍ଶନ କରାଇଥିଲେ । ଉପସଭାପତି ଶିଶୁ ମାନଙ୍କ ନିମନ୍ତେ ବିସ୍କୁଟ ପ୍ୟାକେଟର ବ୍ୟବସ୍ଥା କରିଥିଲେ । ଯାହା ସରପଞ୍ଚ ମହୋଦୟାଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା । ସର୍ବଶେଷରେ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ପାର୍ବତୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
******ଭାରତ ମାତା କି ଜୟ ******
1 Comments
NYC n grt job.....
ReplyDelete